ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜାନୁଆରୀ:2026 , ତୃତୀୟ ବର୍ଷ ପ୍ରଥମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ମୁନୀ ପାଇଁ ନାନାବାୟା ଗୀତ

ଲେଖା : ହରିପ୍ରିୟା ପଟ୍ଟନାୟକ

ଗରମ ଚକୁଳି ପିଠା
ତରକାରୀଟା ଖଟା।
ଖଟା ଖାଇଗଲା ମଝିଆ ବୋହୂ
ମଝିଆ ବୋହୂର ନେଳିଆ ଲାଉ।
ଲାଉର ମଝିରେ କଣା
ଘନମାମୁ ବାଟ ବଣା।
ବଣାରେ ପଶିଛି ଗୁଡ଼
କନ୍ଥା ପାଇଁ ଲୁଗା ଯୋଡ
ଜୋରରେ ଖସିଲା ଭାଲୁ
ଚେଙ୍ଗ ଧରାହେଲା ଖାଲୁ।
ଖାଳିଆ ରେ ମାଛ କରାଣ୍ଡି
ଧରିଛି ନୋଳିଆ ଦରାଣ୍ଡି।
ଦରାଣ୍ଡି ଚାଲଇ ଗୋଷମା
ବାପା ଆଣିଦେଲେ ଚଷମା
ଚଷମା କାଚଟା ଭାଙ୍ଗିଲା
ମୁନୀ ପାଇଁ ଗୀତ ସରିଲା।


ଲେଖା ସମ୍ପର୍କୀୟ ମତାମତ

ଶରତ କୁମାରୀ ସ୍ଵାଇଁ

29-01-2026 / 21:32:28

ଶିଶୁ ମନଛୁଆଁ ଗୀତଟି ବେଶ୍ ଭଲ ହୋଇଛି।ଖାଲି ଗୀତ ନୁହେଁ, ଦୁଇବର୍ଷ ରୁ ପାଞ୍ଚ ବର୍ଷ ର ଶିଶୁ ମାନଙ୍କ ଲାଗି ଗପ ଦିଆଗଲେ ଭଲ ହୁଅନ୍ତା। ଧନ୍ୟବାଦ।

ଜୟକୃଷ୍ଣ ସାହୁ

12-01-2026 / 18:30:40

ନାନାଵାୟା ଗୀତଟି ମନଛୁଆଁ ହୋଇଛି। ଧନ୍ୟବାଦ ମାମ୍।

ସୁବ୍ରତ ମଲିକ, ଭଦ୍ରକ

05-01-2026 / 20:26:57

Just woow

ଅଶୋକ କୁମାର ସଠୀ

03-01-2026 / 21:27:49

ମଜା ଳିଆ କବିତା ଭଲ ଲାଗିଲା

Nirupama kabi

02-01-2026 / 22:00:16

ବଢ଼ିଆ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion