ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଫେବୃଆରୀ :୨୦୨୬ , ତୃତୀୟ ବର୍ଷ ଦ୍ଵିତୀୟ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଫୁଟିଯାଅ ତୁମେ ଫୁଲ ପରି

ଲେଖା : ଅନନ୍ତ କୁମାର ସେନାପତି

ଫୁଟିଯାଅ ତୁମେ ଫୁଲ ପରି
କାନନେ ମହକ ଦିଅ ଭରି
ନୂଆ ନୂଆ ଜ୍ଞାନ ଅରଜନ କରି
ଭଲ କାମ ଯେତେ ଯାଅ କରି ।

ମଧୁର ବଚନ ସଦା କହି
ଆଗକୁ ଆଗକୁ ଯାଅ ବହି
ଯେତେ ଦୁଃଖ ଆସୁ ଜୀବନ ପଥରେ
ଧରଣୀ ପରିକା ନିଅ ସହି ।

ଜଗତେ ସଭିଙ୍କୁ ଭଲ ପାଅ
ଦୁଃଖ ରେ ସୁଖ ରେ ପାଖେ ଥାଅ
ଯେଉଁଠି ଥିଲେ ବି ଜନମ ମାଟିର
ଜୟଗାନ ସଦା କରୁଥାଅ ।

କାମ କରିଯାଅ ବୀର ପରି
ସବୁ ମନେ ଖୁସି ଯାଉ ଝରି
ନୂଆ ଆଲୋକରେ ଭରିଦେବ ଦିନେ
ଆଉ କିଏ ହେବ ତୁମ ସରି ।

କେଡେ ମଧୁମୟ ଏହି ଧରା
ସବୁଜ ସୁନ୍ଦର ଅଛି ଭରା
ଯତନ କରିଲେ ସରଗର ଖୁସି
ଆମରି ପାଇଁକି ଝରିଯିବ ଆସି
କେତେ ସାରା ।

ବାଣ୍ଠୁପଡା, ରାଜଗାଙ୍ଗପୁର, ସୁନ୍ଦରଗଡ଼
ଫୋନ 7008304225

ଲେଖା ସମ୍ପର୍କୀୟ ମତାମତ

ତପନ କୁମାର ସ୍ବାଇଁ

03-02-2026 / 14:56:28

ଭଲ ଲାଗିଲା ପିଲା ମାନଙ୍କ ମନକୁ ନିଶ୍ଚୟ ଛୁଇଁବ ବୋଲି ଆଶା ଓ ବିଶ୍ବାସ ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion