ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଫେବୃଆରୀ :୨୦୨୬ , ତୃତୀୟ ବର୍ଷ ଦ୍ଵିତୀୟ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଶିଶୁର ହସ

ଲେଖା : ଶ୍ରୀମତୀ ଜିବେ ଶ୍ୱରୀ ପଟେଲ

ଫୁଲଠୁ କୋମଳ ସ୍ବର୍ଗ ଠୁ ସୁନ୍ଦର ଆ ହା ଶିଶୁ ମନ ପ୍ରାଣ
ଟିକି ଓଠେ ତାର ଖିଲି ଖିଲି ହସ
ମଧୁ ଝରା ମଧୁ ସମ l। 1 ।।
ଟିକି ଟିକି ପା ଦେ ସୁବାଷ ତ ଛୁଟେ
ସତେ ପାରିଜାତ ସମ
ଦରୋଟି କଥାରେ ଅ ମୃତ ବରଷେ
ଖେଲିଯାଏ ତନୁ ମନ ।। 2 ।।
ଏ ଧାରା ଧାମରେ ଧରିନାନା ରଙ୍ଗେ
ଶିଶୁ ଛୋଟ ଫୁଲ କଢ଼ି
ସେକଢ଼ି ବିକଶେ ମହକ ସୁବାଷ
ଚଉଦିଗେ ଯାଏ ଖେଳି
ଏ ଦେଶର ଶିଶୁ କାଳୀ ନାଗରିକ
ଦେବ ଦେଶର ଦୀପ ଜାଳି ।। 3 ।।
ଆ ଗାମୀ ଦିନର ସବୁଜ ସପନ
ରଖିବେ ଦେଶର ଟେ କ
ଏ ଦେଶର ଶିଶୁ କା ଲି ନାଗରିକ
ଭବିଷ୍ୟ ଦେଶ ରକ୍ଷକ ।। 4 ।।
ଶିଶୁ ବିକଶିତ ହୋଇ ପ୍ରସ୍ଫୁଟିତ
ଶିଶୁ ମୁଖେ ହସ ଥିଲେ
ହସିବ ଜଗତ ହସିବ ଦୁନିଆଁ
ସମୃଦ୍ଧ ଦେଶର ଭଲେ ।।5 ।।
ଯେଭଳି ଗଢ଼ିବ ସେଭଳି ବଢିବ
କୋମଳ ଏ ଶି ଶୁ ପ୍ରାଣ
ଏ ହି କଢ଼ିଟି କୁ ପୟରେ ନ ଦଳି
ଦିଅ ଉପଯୁକ୍ତ ଧ୍ୟା ନ।।6 ।।
ଶିଶୁ ଟିଏ ବୋଲି ଭା ବନାହିଁ ତାକୁ
ଶିଶୁ ନୁହେଁ କେବେ ନିଶ୍ୱ
ଶିଶୁ ଭିତରେ ଲୁଚି ରହିଅଛି
ଏକ ଏକ ମହା ବିଶ୍ଵ ।।7 ।।

 ∎
ଅ ବସର ପ୍ରାପ୍ତ ଶିକ୍ଷୟତ୍ରୀ
ରାଜ୍ୟ ପାଳ ପୁରସ୍କାର ପ୍ରାପ୍ତି ନି
ସୁନ୍ଦରଗଡ଼ ଜିଲ୍ଲା

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion