ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଫେବୃଆରୀ :୨୦୨୬ , ତୃତୀୟ ବର୍ଷ ଦ୍ଵିତୀୟ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ହସି ହସି ଝୁଲୁଥିବି

ଲେଖା : ଡକ୍ଟର ଲଷ୍ମୀକାନ୍ତ ଖୁଣ୍ଟିଆ

ଧୀରେ ବସ ପ୍ରଜାପତି ଆସି ମୋର ଉପରେ
ଆସିଅଛୁ ଧାଇଁ ତୁହି ଦେଖି ଏଇ ରୂପରେ.
ତୁ ଝୁଲିବୁ ମୁଁ ଝୁଲିବି ଏଇ ଧୀର ପବନେ
ଏମିତିକା ସୁଯୋଗ ତ ଆସିବନି ଜୀବନେ.
ହସି ଖେଳି ମୋର ସାଥେ ମହୁ ନେବୁ ଚୋରେଇ
ରହିତ ପାରିବି ନାହିଁ ଟିକେହେଲେ ଦୂରେଇ.
ସବୁ ଶୁଣି ପ୍ରଜାପତି ଦେଲା ଟିକେ ହସିରେ
ବହୁତ ସମୟ ଧରି ପାରିବିନି ବସିରେ.
ଫୁଲରୁ ଫୁଲକୁ ଉଡ଼ି ବସିବା ମୋ କରମ
ପରାଗ ସଙ୍ଗମ କାମ କରିବା ମୋ ଧରମ.
ଏଇ କାମଟିକ ପାଇଁ ନିତି ଆସେ ଧାଇଁ ତ
ଆନ ଦରବରେ ମୋର ଜମା ଲୋଭ ନାଇଁ ତ.
ଫୁଲ ଗଛ ବଢ଼ିଗଲେ କି ସୁନ୍ଦର ଦିଶିବ
ଫୁଲଙ୍କ ମେଳରେ ଥିଲେ ମୋର ହସ ଆସିବ.

ହସି ହସି ଝୁଲଥିବି କେତେ ଫୁଲ
ମେଳରେ
ଭାବୁଥିବି ଆହା ସତେ କେତେ ଭଲ
ବେଳରେ

କ୍ୱାର୍ଟର ନମ୍ବର ଆଇ ଭି 50/1
ୟୁନିଟ -3, ଖାରବେଳନଗର
ଭୁବନେଶ୍ୱର 751001
ଭ୍ରାମ୍ୟଭାଷ :6372915418

ଲେଖା ସମ୍ପର୍କୀୟ ମତାମତ

ବିଜୟା

02-02-2026 / 23:06:38

ବହୁତ ସୁନ୍ଦର। ମନକୁ ଛୁଇଁଲା।ଗଛ ଓ କାଠୁରିଆ ପଦ୍ଯ ଭଳି ଷ୍ଟାଇଲ୍ ଟିକେ ଲାଗିଲା।

ଯାୟକୃଷ୍ଣ ସାହୁ

02-02-2026 / 17:27:18

ଅତି ସୁନ୍ଦର ଵିଜ୍ଞାନ ଭିତିକ କଵିତା। ପିଲାମାନେ କିଛି ଶିକ୍ଷିଵାକୁ ପାଇଵେ। ଧନ୍ୟବାଦ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion