ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଫେବୃଆରୀ :୨୦୨୬ , ତୃତୀୟ ବର୍ଷ ଦ୍ଵିତୀୟ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ମୈତ୍ରୀର ସୌରଭ ସିଂଚିବା

ଲେଖା : ଡ. ବିଜୟା ପାତ୍ର (ସ୍ବାଇଁ)

ଆସରେ ପିଲେ ଦେଖିବା ଆସ
ନୂଆ ସକାଳର ସୂରୁଜ
ଧୀରେ ପାଦ ଥାପି ହସୁ ଅଛି ସିଏ
ବୁଣି କେତେ ଆଶା ମୁରୁଜ
ଆମେ ତା ସାଥୀରେ ହସିବା,
ନୂଆ ବରଷରେ ଝୁମିବା ମଜାରେ
ନୂଆ ସାଥୀ ସହ ମିଶିବା।

ଗତ କାଲି ଥିଲା କେତେ ଦୁଃଖ କଷ୍ଟ
ହୋଇଛି ରେ ଆଜି ଅତୀତ
ଅତୀତକୁ ଭୂଲି ଆଗେଇ ଯିବାରେ
ଦେଖିବା ସପନ ସତତ
ନୂତନ ରୂପରେ ଭାରତ,
ଗଢିବା ଆମେ ରେ ନୂଆ କଉଶଳେ
ବିକାଶ ହୋଇବ ତ୍ବରିତ।

ଆମେ ସବୁ ଶିଳ୍ପୀ ନୂଆ ଦୁନିଆର
ବୁଦ୍ଧି ରେ ଆମର ରଚିବା
ଆମ କାରିଗରୀ ଚଉଦିଗେ ଭରି
ସ୍ରୁଜନୀର କଳା ବିଂଚିବା
ଇତିହାସେ ନିତି ସଂଚିବା
ମହନୀୟ କରି ଏ ନୂଆ ବରଷ
ମୈତ୍ରୀର ସୌରଭ ସିଂଚିବା।


କୋଟି ତୀର୍ଥ ଲେନ୍
ଭୁବନେଶ୍ୱର-୨

ଲେଖା ସମ୍ପର୍କୀୟ ମତାମତ

ହରିପ୍ରିୟା ପଟ୍ଟନାୟକ

03-02-2026 / 21:15:09

ଭଲଲାଗିଲା କବିତାଟି।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion