ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଫେବୃଆରୀ :୨୦୨୬ , ତୃତୀୟ ବର୍ଷ ଦ୍ଵିତୀୟ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଉତ୍ତମ ଛାତ୍ର ଆଗାମୀ ଦିନର

ଲେଖା : ଡଃ ସ୍ବର୍ଣ୍ଣଲତା ତ୍ରିପାଠୀ

ସାଜିଲେ ତୁ ଦୁନିଆଁରେ ଫୁଲଟିଏ ପରି,
ସୁଗନ୍ଧ ପାଖୁଡ଼ା କୋଳେ
କୋମଳତା ଭରି ।
ମନ ବଗିଚାଟି ତୋର
ସ୍ୱଚ୍ଛ ଓ ସୁନ୍ଦର,
ସେନେହ ସରାଗ ଭରା
ଦରୋଟି ହସର ।
ତୁ ହସିଲେ ଏ ଦୁନିଆଁ
ହସୁଥାଏ ସଦା,
ସତ୍ୟ,ସଚ୍ଚୋଟତା ମଧ୍ୟେ
ପରୋପକାରୀତା ।
କ୍ଷେତ ଯଦି ହସୁଥାଏ
ସୁନାର ଫସଲେ,
ଚାଷୀ ସଫଳତା ପାଏ
କରମର ଜାଲେ ।
କରମ ପ୍ରେରଣା ପାଇଁ
ଆଗକୁ ନିରତେ,
ସାଧନାରେ ସିଦ୍ଧି ଲାଭ
କଣ୍ଟକିତ ପଥେ ।
ବିଦ୍ୟା ଅରଜନ ପାଇଁ
ବିଦ୍ୟାଳୟ ଘର,
ବିଦ୍ୟାର୍ଥୀର ଜ୍ଞାନ ପାଇଁ
ସେ ସରଗପୁର ।
ଗୁରୁଜୀ ଗୁରୁମା ସେ ଯେ
ଶିକ୍ଷା ସହାୟକ,
ଭଲ ଗୁଣ ଦେଖି ପୁଣି
ହେବେ ବିଚାରକ ।
ଭଲ ମନ୍ଦ କାମ ଦେଖି
କରିବୁ ବିଚାର,
ଉତ୍ତମ ଛାତ୍ର ହୋଇବୁ
ଆଗାମୀ ଦିନର ।

( ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ)
ଅବସର ପ୍ରାପ୍ତ ମଣ୍ଡଳ ସହ ଶିକ୍ଷାଧିକାରୀ,ପୁରୀ ସଦର ବ୍ଲକ୍, ପୁରୀ, କୋଣାର୍କ ।

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion