ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଫେବୃଆରୀ :୨୦୨୬ , ତୃତୀୟ ବର୍ଷ ଦ୍ଵିତୀୟ ସଂଖ୍ୟାରେ ପ୍ରକାଶିତ )

centered image
 
ଗପ

ସଂକଳ୍ପର ଅକଲ

ଲେଖା : ରତ୍ନାକର ଦାସ

ବସ୍ ଭିଡ ନ ଥିଲେ ବି ସିଟ୍ ଫାଙ୍କା ନ ଥିଲା।ଠିଆ ହୋଇ ଥିବା ଲୋକ ପାଞ୍ଚ ଛ` ଜଣ ଥିଲେ।ଜଣେ ବୁଢୀ ଲୋକଙ୍କୁ ତାଙ୍କର ସଂପର୍କୀୟ କେହି ଆଶ୍ରା କରି ବସ୍ କୁ ଚଢାଇଲେ ମଝି ଷ୍ଟପେଜ୍ ରେ। ବୁଢୀ ଲୋକଟି ଠିଆ ହେଇ ପାରୁ ନ ଥାଏ ଦୁର୍ବଳ କିମ୍ବା ରୋଗାକ୍ରାନ୍ତ ଯୋଗୁ।ବସ୍ ର କଣ୍ଡକ୍ଟର ମଧ୍ଯ ବୁଢୀଟିକୁ ବସାଇବା ପାଇଁ ଇଆଡେ ସିଆଡେ ଚାହୁଁଥାଏ। ସିଟ୍ ଛାଡି ଠିଆ ହେବାପାଇଁ କାହାକୁ କହି ପାରୁ ନ ଥାଏ।ଦଶ ବାର ମିନିଟ ପରେ ଜଣକୁ କହିବାରୁ ସିଏ କହିଲେ,ମୁଁ ଠିଆ ହେଲେ ଭଡା ବାବଦ ଅଧା ଟଙ୍କା ମତେ ଫେରାଇ ଦେବେ?
କଣ୍ଡକ୍ଟର ଚୁପ୍ ରହିଲେ କିଛି ନ କହି। ଜେଜେଙ୍କ ସହିତ ବସିଥିବା ସଙ୍କଳ୍ପ ଏଇ ସବୁକୁ ଦେଖୁ ଥାଏ ।ହଠାତ୍ ସିଟ୍ ରୁ ଉଠିପଡି ବୁଢୀ ଲୋକଟି ପାଖକୁ ଗଲା।ତା ହାତକୁ ଧରି ସିଏ ବସିଥିବା ସିଟ୍ ରେ ଧୀରେ ବସାଇଲା। ତା ଜେଜେ ଏ ସବୁ ଦେଖି ନାତିକୁ କହିଲେ,ଆରେ ! ମୁଁ ଠିଆ ହେଉଛି, ତୁ ଏଇଠି ବସ୍।ସଂକଳ୍ପ କହିଲା ଜେଜେ! ତମେ ତ ବୁଢା ଲୋକ ,ତମେ ଠିଆ ହେବ ଆଉ ମୁଁ ବସିବି, ଏ ସବୁ କ`ଣ ମତେ ଭଲ ଲାଗିବ?
ଦଶ ଏଗାର ବର୍ଷର ପିଲାଟିର ଏ ପ୍ରକାର କାମ ଆଉ ତା`ତୁଣ୍ଡରୁ ଏମିତି ଅକଲର କଥା ଶୁଣି ବସ୍ ର ଯାତ୍ରୀମାନେ ପିଲାଟିକୁ ଚାହିଁ ରହିଥିଲେ ।ଅନେକ ଭାବୁଥିଲେ ଏ ପିଲାଟି ବଡ ହେଲେ `ଭଲ ମଣିଷଟିଏ `ହେବ ।


ସଭାପତି
ଉତ୍କଳମଣି ଶିଶୁ ସାହିତ୍ଯ ସମିତି
ଶଂଖୋ,କେନ୍ଦୁଝର।
--**--

ଲେଖା ସମ୍ପର୍କୀୟ ମତାମତ

ଶରତ କୁମାରୀ ସ୍ଵାଇଁ

02-02-2026 / 19:11:03

ଶିକ୍ଷଣୀୟ ଗଳ୍ପ ଟିଏ।ଭଲ ‌ହୋଇଛି।

ଜୟକୃଷ୍ଣ ସାହୁ

02-02-2026 / 17:54:51

ସୁନ୍ଦର ଶିକ୍ଷଣିୟ ଗପଟିଏ। ଭଲଲାଗିଲା।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion