ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଫେବୃଆରୀ :୨୦୨୬ , ତୃତୀୟ ବର୍ଷ ଦ୍ଵିତୀୟ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଭାରତ ଆମ ମା

ଲେଖା : ଶ୍ରୀମତୀ ସୁଷମା ଲେଙ୍କା

ଭାରତ ଆମ ମା
ଯାହାର କୋଳେ ଜନମ ମୋର
ରଖିବି ତା`ର ନାଁଆ
ଭାରତ ଆମ ମାଆ।
ଗାନ୍ଧୀ ଜବାହର ସୁଭାଷ ବୋଷ
ଗୋପବନ୍ଧୁ ମଧୁସୂଦନ ଦାସ
କେତେ କେତେ ବୀର ଲଢେଇ କଲେ
କାରାଗାର ମଧ୍ଯେ ଦିନ କାଟିଲେ
ଦେଶେ ଆନ୍ଦୋଳନ ତେଜି ଉଠିଲା
ସ୍ବାଧୀନ ହେଲା ମା
ଭାରତ ଆମ ମାଆ।...(୧)
ଜଳସ୍ଥଳରେ ସୀମାରେଖାରେ
ଆକାଶ ବକ୍ଷେ ବରଫ ତଳେ
ବୀର ସୈନିକ ପହରା ଦିଏ
ଦେଶେ ମଣିଷ ଶାନ୍ତିରେ ଶୁଏ
ପ୍ରକୃତି ଦିଶେ ଭାରି ସୁନ୍ଦର
ବହେ ଶୀତଳ ବାଆ
ଭାରତ ଆମ ମାଆ।....(୨)
ଗରଭେ ତା`ର କେତେଯେ ଖଣି ବୈଦୁଯ୍ଯ ମୋତି ମୁକୁତା ମଣି
ସୁନା ରୂପା ଓହୀରାର ଖଣି
ହିମାଳୟ ଯା`ର ମଥାର ମଣି
ସାଗର ଯା`ର ପାଦକୁ ଚୁମେ
ସେହି ମୋ ମାଟି ମାଆ
ଭାରତ ଆମ ମାଆ।.....(୩)
ଦେଶ ଉପରେ ମୋର ଭରସା
ଭରିଛି ମନେ କେତେଯେ ଆଶା
ଗଙ୍ଗା ଯମୁନା ଗାଆନ୍ତି ଗୀତ
ଦେଖିନି କାହିଁ କେଉଁଠି ମୁଁ ତ
ତାହାରି ମାଟି ହାତରେ ଧରି
ମଥାରେ ବୋଳି ଯାଆ
ଭାରତ ଆମ ମାଆ।....(.୪)
ଆମ ଦେଶର ପାଣି ପବନ
ଦେଇଛି ମତେ ନୂଆ ଜୀବନ
ତାଶସ୍ଯ ଫୁଲ ଫଳକୁ ଖାଇ
ମୋ ଦେହେ ବହେ ରକତ ହୋଇ
ସେଇତ ମୋର ସ୍ବରଗ ପୁର
ତା`ଗୁଣ ଗାଇ ଯାଆ
ଭାରତ ଆମ ମାଆ।।...(୫)
ବଣ ପାହାଡେ ଝରଣା ବହେ ତୋଟା ମାଳରେ କୋଇଲି ଗାଏ
ଭାରି ସୁନ୍ଦର ସମର କଳା
କୋଣାରକର ଭଗ୍ନ ଶିଳା
ସେ ନୃତ୍ୟ ଛନ୍ଦ ପଥର ମୂର୍ତ୍ତି
ଜୀବନ୍ତ ଲାଗେ ଆହା
ଭାରତ ଆମ ମାଆ।....(୬)
ହୃଦୟେ ମୋ`ର ସାଇତି ଅଛି
ମୋ ଦେଶ କୀର୍ତ୍ତି ଭାଷା ସଂସ୍କୃତି
ଆସରେ ସବୁ ଖୁସି ମନରେ
ପାଳିବା ପର୍ବ ଆମେ ମିଶିରେ
ଘରେ ହେଉବା ମନ୍ଦିରେହେଉ ମାଧବ ହେବେ ସାହା
ଭାରତ ଆମ ମାଆ।।

ଖଣ୍ଡଗିରି ବିହାର କୋଳଥିଆ ଭୁବନେଶ୍ୱର
ଜୟ ହିନ୍ଦ୍ 🙏🙏

ଲେଖା ସମ୍ପର୍କୀୟ ମତାମତ

ହରିପ୍ରିୟା ପଟ୍ଟନାୟକ

03-02-2026 / 21:13:20

ଭଲଲାଗିଲା କବିତାଟି।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion