ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଫେବୃଆରୀ :୨୦୨୬ , ତୃତୀୟ ବର୍ଷ ଦ୍ଵିତୀୟ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଶୀତ ଗଲା ଋଷି

ଲେଖା : ହରିପ୍ରିୟା ପଟ୍ଟନାୟକ

ଶୀତ ଚାଲିଗଲା ଥିରିଥିରି
ମଳୟ ବହେ ଶିରିଶିରି
କାଉକୁ କହିଲା କୋଇଲି
ତୁ ଦେଖୁନାହୁଁ ମୋର ଶିରୀ
ଆମ୍ବଗଛେ ଏବେ ବଉଳ
ପୋଖରୀରେ ଖେଳେ ଶେଉଳ
ସାପ ବାହାରିଲା ଗାତରୁ
ବାଟରେ ଜଗିଛି ନେଉଳ
ଭଦଭଦଳିଆକୁ ଦେଖରେ
କଙ୍କି ଉଡିବୁଲେ ପାଖରେ
କଜ୍ଜଳପାତିଟା ଚକ୍କର କାଟି
ନେଇଗଲା ଗୋଟେ ଥଣ୍ଟରେ।
ବସନ୍ତରାଣୀ ଆସିଗଲା
ଶୀତମାଉସୀଟା ଋଷିଲା
ଦୋଳରେ ରଙ୍ଗ ହୋରିଖେଳ
ପାଖେଇ ପାଖେଇ ଆସିଲା।

 ∎

ଲେଖା ସମ୍ପର୍କୀୟ ମତାମତ

ଜୟକୃଷ୍ଣ ସାହୁ

02-02-2026 / 17:47:49

ଛୋଟ କଵିତାଟିଏ ହେଲେ ଵି ଭଲଲାଗିଲା। ଧନ୍ୟବାଦ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion