ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଫେବୃଆରୀ :୨୦୨୬ , ତୃତୀୟ ବର୍ଷ ଦ୍ଵିତୀୟ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଦେଖାଅ କାମ କରି

ଲେଖା : ବସିରନ୍ ବିବି

କୁନା ଓ ଝୁନା,ମିଲୁ ବାବୁନା
ସ୍କୁଲର ପାଠ ସାରି
ଖେଳିବା ପାଇଁ ସଜାଡି ହୋଇ
ଦାଣ୍ଡରେ ହେଲେ ମେଳି।
ହାତରେ କା`ର ବଲ୍ ବ୍ୟାଟ
କା` ହାତେ ହକି ଷ୍ଟିକ୍ ,
ଯୋତା ପିନ୍ଧି କେ ବାହାରିଲାଣି
ମୁଣ୍ଡରେ ଥୋଇ ଟୋପି।
ମନ୍ଦିର ପାଖ ଖେଳ ପଡିଆ
ସବୁଜ ଘାସ ପରେ
ଜମି ଗଲାତ ପିଲାଙ୍କ ମେଳ
ଭରିଲା ହସ ରୋଳେ।
କିଏ ଖେଳିଲା, ଫୁଟବଲ ନେଇ
କିଏ ଖେଳଇ ଭଲି,
କିଏ କହୁଛି , ଏମିତି ନୁହେଁ
ସେମିତି ପକା ବୋଲି।
କିଏ କହୁଛି ବୋଲିଂ କରି
ହେବି ବୋଲର୍ ଟିଏ,
କିଏସେ କୁହେ ବ୍ୟାଟିଂ ରେ ମୋତେ
ବଳାଇ ଯିବ କିଏ?।
କୁନି ଖେଳାଳି କେ` ପୋଜ୍ ଦିଏ
ବ୍ୟାଟ ହାତରେ ଧରି ,
ସତେବା, ଏବେ ଚଉକା ଛକା
ଗଣ୍ଡାଏ ଦେବ ମାରି।
କହୁଛି କୁନା କ୍ରିକେଟରେ ସେ
ହୋଇବ ଗାଭାସ୍କର,
ଝୁନା କହୁଛି ବୋଲିଂ କରି
‌ହେବ ତେନ୍ଦୁଲକର।
ଆଗରେ ବସି ରୁବେନ୍ ଅଜା
ଦେଖୁଥିଲେ ତ ଖେଳ
ହଲାଇ ହାତ , ହସି କହିଲେ
" ବାଃ,ବାଃ ନାତି ମୋ`ର।"
ହକି ବାଡିକୁ ହଲାଇ ମିଲୁ
ଅଜାଙ୍କୁ କୁହେ ଯାଇ,
କହିଲ ଅଜା, "ଧ୍ୟାନଚାନ୍ଦ ମୁଁ
ହେବି କି ହେବି ନାହିଁ?"।
କହିଲେ ଅଜା, "ଖେଳରେ ବାବୁ
ଲଗାଇ ମନ ଧ୍ୟାନ,
ନହେବ କିଆଁ , ବଡ଼ ମାନେ କି
ନଥିଲେ ଦିନେ ସାନ
ଅଭ୍ୟାସ ବଳେ,ତୁମେ ବି ଦିନେ
ହେବ ତାଙ୍କରି ପରି,
କହିଲେ ଖାଲି ଚଳିବ ନାହିଁ
ଦେଖାଅ କାମ କରି।


ନୟାଗଡ଼-୭୫୨୦୬୯

ଲେଖା ସମ୍ପର୍କୀୟ ମତାମତ

ହରିପ୍ରିୟା ପଟ୍ଟନାୟକ

03-02-2026 / 21:11:47

ଶିକ୍ଷାଭିତ୍ତିକ କବିତା।ଭଲ ହେଇଛି।

ପୌର୍ଣ୍ଣମାସୀ ଦେବୀ

02-02-2026 / 18:35:11

ବହୁତ ସୁନ୍ଦର ଶିଶୁ ମନ ଲାଖି ଲେଖାଟିଏ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion