ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଫେବୃଆରୀ :୨୦୨୬ , ତୃତୀୟ ବର୍ଷ ଦ୍ଵିତୀୟ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ବିଜ୍ଞାନର ଜୟଗାନ

ଲେଖା : ଧ୍ରୁବ ଚରଣ ଘିବେଲା

ପ୍ରମାଣିତ ଜ୍ଞାନ ଅଟଇ ବିଜ୍ଞାନ
ବିଜ୍ଞାନର ଜୟଯାତ୍ରା
ଆଜିର ଏ ଯୁଗ ବିଜ୍ଞାନର ଯୁଗ
ଜ୍ଞାନବିଜ୍ଞାନର ଯାତ୍ରା I
ଅତୀତ କାଳରୁ ଚାଲିଛି ଚାଲିବ
ବିଜ୍ଞାନର ଶୋଭାଯାତ୍ରା
ବିଜ୍ଞାନ ସହିତ ଜୀବନର ସ୍ରୋତ
ଗତିଶୀଳ ଥାଏ ସର୍ବଦା I
ବିଜ୍ଞାନକୁ ଛାଡ଼ି ଉନ୍ନତିର କଥା
କିଏ ଅବା ଚିନ୍ତା କରେ
ବିଜ୍ଞାନ ଯୋଗୁଁ ହିଁ ଆମେ ଆଗେଇଛୁ
ଆଜି ବିବିଧ କ୍ଷେତ୍ରରେ I
ବିଜ୍ଞାନ ଶିକ୍ଷାର ପ୍ରଚାର ପ୍ରସାର
ଶିକ୍ଷା ଯୋଗୁଁ ହିଁ ସମ୍ଭବ
ବିଜ୍ଞାନ ଶିକ୍ଷଣ ବିତରେ ବିଶେଷ(ଜ୍ଞାନ)
ଜଗାଇ ଆଗ୍ରହ ଭାବ I
ବିଜ୍ଞାନ ଶିକ୍ଷାକୁ ପିଲାଙ୍କ ଭିତରେ
କରିବାକୁ ଲୋକପ୍ରିୟ
ବିଜ୍ଞାନମେଳାର ହୁଏ ଆୟୋଜନ
ସ୍କୁଲଠାରୁ ରାଜ୍ୟସ୍ତରୀୟ I
ବିଜ୍ଞାନମେଳାରେ ଶିଶୁ ବିଜ୍ଞାନୀ ହିଁ
ବିଜ୍ଞାନ ପ୍ରକଳ୍ପ ସାଥେ
ଭାଗ ନେଇଥାନ୍ତି ବକ୍ତବ୍ୟ ରଖନ୍ତି
ନିଜ ପ୍ରକଳ୍ପ ସମ୍ବନ୍ଧେ I
ସ୍କୁଲମାନଙ୍କରେ ବିଜ୍ଞାନ ଦିବସ
ହୁଏ ପାଳିତ ଫି`ବର୍ଷ
ପିଲାଏ ଜାଣନ୍ତି ରମଣ କୃତିତ୍ୱ
ପାଳି ବିଜ୍ଞାନ ଦିବସ I
ଫେବୃଆରୀ ମାସ ଅଠେଇଶ ତାରିଖ
ଜାତୀୟ ବିଜ୍ଞାନ ଦିବସ
ବିଜ୍ଞାନର ଜୟ ଗାନ କରି ପିଲେ
ପାଳନ୍ତି ଦିବସ ବିଶେଷ I

ବଉଦରାଜ-762014, ଜି. ବୌଦ୍ଧ
ମୋ. 9437478466

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion