ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ମଇ:୨୦୨୬ , ତୃତୀୟ ବର୍ଷ : ପଞ୍ଚମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଜୀବନଟା ହେଉ ସରସା

ଲେଖା : ନଗେନ୍ଦ୍ର ନାଥ ପଟ୍ଟନାୟକ

ରାତି ପାହିଲା ସକାଳ ହେଲା
କାଳି ଅନ୍ଧାରଟା ହଟିଲା
ନାଲିଆ ସୂରୁଜ ଉଇଁଯାଇ ନଭେ
ସୁନାର କିରଣ ବୁଣିଲା ।
ପିଲାଙ୍କର କାନେ କହିଲା ସୂରୁଜ
ଉଠିପଡ ନିଦୁ ସହଳେ
ନିଜନିଜ କାମେ ଲାଗିପଡ ଵେଗି
ପୋଛିଦେଇ ନିଦ ବହଳେ ।
ସକାଳୁ ସକାଳୁ ପକ୍ଷିଏ ଗାଇଲେ
ଚିଇଁ ଚିଇଁ ଗୀତ ମଧୁର
ଗାଆରେ ପିଲାଏ ଜୀବନ ସଙ୍ଗୀତ
ମିଠା ମିଠା ସୁର ଲହର ।
ମୁରୁକି ମୁରୁକି ହସି କଢି କହେ
ଫୁଟୁ ହସ ଓଠେ ତୁମର
ବାସ ଚହଟାଇ ଫୁଲଟି ବୋଲଇ
ଲୁଟିନିଅ ବାସ୍ନା ମୋଅର ।
ବହିଯାଇ ସୁଖୀ ପବନ କହିଲା
କରିଚାଲ ସୁଖ-ବରଷା
ମିଳିମିଶି ସବୁ ଖୁସି ବାଣ୍ଟିଚାଲ
ଜୀବନଟା ହେଉ ସରସା ।


ପ୍ରାକ୍ତନ ଅତିରିକ୍ତ ଶାସନ ସଚିବ,ଓଡ଼ିଶା ସରକାର
ଓସ୍କାର ସିଟି ,ଲେନ ନଂ ୯, ପ୍ଲଟ ନଂ ୪୫୬
ଲକ୍ଷ୍ମୀ ସାଗର କେନାଲ ରୋଡ ,ଭୁବନେଶ୍ୱର
ମୋ – ୯୪୩୮୩୩୨୧୩୮*

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion