ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ମଇ:୨୦୨୬ , ତୃତୀୟ ବର୍ଷ : ପଞ୍ଚମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଟେ‌ ଟେଇଁଆ ଵଣି

ଲେଖା : ଡକ୍ଟର ସୁନାମଣି ରାଉତ

ଛଵିଛଵିଲା ଚଢେଇଟିଏ
ତୁମେ କି ତାକୁ ଚିହ୍ନିଚ କିଏ
ଲାଞ୍ଜଟି ଟେକି ଖୁସିରେ ଯିଏ
ପିଅଇ ବସି ପାଣି,
କେତେଵେଳେ ସେ ଆକାଶେ ଉଡେ
ଅଥଵା ପାଣି ଭିତରେ ଵୁଡେ
ନାଆଁଟି ତା`ର ଜାଣିଚ ପିଲେ
ଟେଁ ଟେଇଁଆ ଵଣି।।

ରାତିରୁ ଉଠି ଵେ।ଵାଏ ଖାଲି
ମନ ହେଲେ ତ ଯାଏ ସେ ଚାଲି
ଗହୀର ଵିଲ ପାଟପଠାରେ
ଆସଇ ଟିକେ ଵୁଲି,
ରାତି ପାହିଲେ ସୂରୁଯ ହସେ
ଆଲୁଅ ସଭା ସବୁଠି ଵସେ
ସୁଲୁସୁଲିଆ ବାଆ ସାଥିରେ
ଖେଳଇ ସିଏ ଝୁଲି।।

 

ଗହୀରି ଵିଲ ଵେଣା ଉହାଡେ
ସୁର ଶଵଦ ନାହିଁ ଯୁଆଡେ
ବସାଟି କରି ରହେ ସିଆଡେ
ସାଙ୍ଗ ସାଥିଙ୍କ ମେଳେ,
କାହା ସାଥୀରେ କରେନି କଳି
ସଭିଙ୍କୁ ମଣେ ଆପଣା ଭଳି
କାମ ଵେଳରେ କରେ ସେ କାମ
ଖେଳଵେଳରେ ଖେଳେ ।।


ରାଜାଵଗିଚା, କଟକ-୯
ମୋ-୯୪୩୭୧୯୨୮୯୦

ଲେଖା ସମ୍ପର୍କୀୟ ମତାମତ

Haripriya Pattnaik

29-05-2026 / 15:49:58

ସକାଳୁ ସକାଳୁ ତା ରାବ ଶୁଣି ମନଖୁସି ହେଇଥାଏ। ଭଲଲାଗିଲା କବିତାଟି।

ଉମାକାନ୍ତ ବେହେରା

01-05-2026 / 11:37:47

ଶିଶୁ କିଶୋର ଉଭୟଙ୍କ ପାଇଁ ଉପଯୋଗୀ କବିତାଟିଏ l

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion