ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ମଇ:୨୦୨୬ , ତୃତୀୟ ବର୍ଷ : ପଞ୍ଚମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ପାଠ ପଢ଼ ପିଲେ ନ କର ମଠ

ଲେଖା : ଶ୍ରୀ ପ୍ରଫୁଲ୍ଲ କୁମାର ସାହୁ

ଅରଟ ରଟ କେଁ କରଟ
ପାଠ ପଢ଼ ପିଲେ ନ କର ମଠ
ଆସିଛି ରେ ନୂଆ ବେଳା,
ନୂଆ ଶିକ୍ଷା ବର୍ଷ ଆରମ୍ଭ ହେଲାଣି
ପଢ଼ାରେ ନ କର ହେଳା l ୧ l

ସଅଳ ଉଠ ନ କର ମଠ
ଉପର ଶ୍ରେଣୀରେ ପଢ଼ିବ ପାଠ
ସାଥୀ ପିଲା ସହ ଯାଇ,
ନୂଆ ବହି ନୂଆ ପୋଷାକ ମିଳିବ
ସ୍କୁଲ ଯାଅ ଖୁସି ହୋଇ l ୨ l

ଶ୍ରେଣୀ ରେ ବସି ହୋଇବ ଖୁସି
ସାଥୀ ପିଲା ସାଥେ ଖୁସିରେ ମିଶି
ଖେଳ ପଡିଆ କୁ ଯାଇ,
ନୂଆ ନୂଆ ଖେଳ ଶିଖିବ ପିଲାଏ
ଗୁରୁ ଯା ` ଦେବେ ଶିଖାଇ l ୩ l

ଅନ୍ଧାର ହଟି ପାଇଛି ରାତି
ଜୀବନେ ଜଳିବ ଜ୍ଞାନର ବତୀ
ଅଜ୍ଞାନତା ହେବ ଦୂର,
ନିଜର ସମୟ ଉପଯୋଗ କଲେ
ମିଳିବ ତା ` ଉପକାର l ୪ l

ହେଲେବି ସାନ ତୁମେ ମହାନ
ନିଜକୁ କେବେ ନମଣ ହୀନ
ନିଜର ସାଧନା ବଳେ,
ତୁମର ପ୍ରତିଭା ହେବ ବିକଶିତ
ଦିନେ ଏହି ଭୁମଣ୍ଡଳେ l ୫ l

ରାଜ୍ୟ ପୁରସ୍କୃତ ପ୍ରାକ୍ତନ ପ୍ରଧାନ ଶିକ୍ଷକ,
ଯଦୁ - ମାଳତୀ କୃପା ନିବାସ,
ଶକ୍ତି ବିହାର / ବାଲିପଡ଼ା, ମାହାଙ୍ଗା, କଟକ l
ମୋ -୭୬୦୯୦୪୪୩୮୩

ଲେଖା ସମ୍ପର୍କୀୟ ମତାମତ

ଜୟକୃଷ୍ଣ ସାହୁ

01-05-2026 / 16:29:53

ଶିକ୍ଷକ ହିସାବରେ ପିଲାମାନଙ୍କ ପାଇଁ କଵିତା ମାଧ୍ୟମରେ ସୁନ୍ଦର ଉପଦେଶ ଦେଇଛନ୍ତି। ଧନ୍ୟବାଦ।

ଜୟକୃଷ୍ଣ ସାହୁ

01-05-2026 / 16:29:53

ଶିକ୍ଷକ ହିସାବରେ ପିଲାମାନଙ୍କ ପାଇଁ କଵିତା ମାଧ୍ୟମରେ ସୁନ୍ଦର ଉପଦେଶ ଦେଇଛନ୍ତି। ଧନ୍ୟବାଦ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion