ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ମଇ:୨୦୨୬ , ତୃତୀୟ ବର୍ଷ : ପଞ୍ଚମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ସେଇ ମୋ ଓଡିଶା ମାଆ

ଲେଖା : କୈଳାସ ଚନ୍ଦ୍ର ବେହେରା

ବୀର ପ୍ରସବିନୀ କଳିଙ୍ଗ ଜନନୀ
ଉତ୍କଳ ବଣିକ ମାଆ
ମନ୍ଦିର ମାଳିନୀ ପ୍ରକୃତି ଶୋଭିନୀ
ଓଡିଶା ଯାହାର ନାଆଁ l
ବଙ୍ଗୋପସାଗର ନୀଳ ଜଳ ଢେଉ
ବନ୍ଦନା ଯାହାର ଗାଏ
ସବୁଜ ବନାନୀ, ଶୁଭ୍ର ନିର୍ଝରିଣୀ
ଯା ଦେହକୁ ଛୁଇଁ ଯାଏ
ଗରଭେ ସମ୍ପତ୍ତି ରଖିଛି ସାଇତି
ପରବତ କରି ଠିଆ
ସେଇ ମୋ ଓଡିଶା ମାଆ l
ଅତୀତ କୀରତି ଭଗ୍ନ ବାରବାଟୀ
ପାଇକ ବୀରତ୍ୱ ଗାଥା
ବୌଦ୍ଧ ସ୍ତୁପ ଧଉଳିର ଶିଳା ଗାତ୍ର
ଶୁଣାଏ ଶାନ୍ତିର କଥା
ଜଳ ପକ୍ଷୀ ମେଳେ ଚିଲିକାର ଶୋଭା
କେଡେ ମନଲୋଭା ଆହାଃ
ସିଏ ମୋ ଓଡିଶା ମାଆ l
ଓଡିଶୀ ସଙ୍ଗୀତ, ନୃତ୍ୟ, ଚିତ୍ରପଟ
ବୋଇତ ବଣିଜ କଥା
ମୂକ ସାକ୍ଷୀ ଭଙ୍ଗା କୋଣାରକ ଗାଏ
ଉତ୍କଳ ବଢ଼େଇ ଗାଥା
ସ୍ଥାପତ୍ୟ, ସଂସ୍କୃତି, କଳା, କିରତିରେ
ଜଗତରେ ଯାର ନାଆଁ
ସେଇ ମୋ ଓଡିଶା ମାଆ l
ଲଙ୍ଗଳ ମୁନରେ ସୁନାର ଫସଲ
ଯା ଦେହୁ ଫଳାଏ ଚଷା
ବାର ମାସେ ତେର ପରବ ପର୍ବାଣୀ
ଓଡ଼ିଆଣୀ କରେ ଓଷା
ଯେଉଁ ରାଇଜରେ ବିଜେ ଜଗନ୍ନାଥ
ସେ ରାଇଜର ମୁଁ ଛୁଆ
ଧନ୍ୟ ମୋ ଓଡିଶା ମାଆ l


ତେମଳା, ନନ୍ଦିପଦା. କେନ୍ଦୁଝର (ଓଡିଶା )

ଲେଖା ସମ୍ପର୍କୀୟ ମତାମତ

Chandana Rani Dhal

04-05-2026 / 19:02:33

Excellent writing Sir, Thanks for giving us a amazing poem on ODISHA MAATI

ମୁରଲୀଧର ବେହେରା

02-05-2026 / 17:40:12

ଖୁବ୍ ହୃଦୟସ୍ପର୍ଶି ରଚନା।

Shiba Prasad Mishra

02-05-2026 / 10:00:01

କବିତାଟି ସବୁ ଓଡ଼ିଆଙ୍କୁ ପ୍ରଭାବିତ କରିବ।ଏହାକୁ ହୃଦବୋଧ କରିବା

Rojaline Rout

02-05-2026 / 09:15:58

Ka kabitar jiban prerana khub sundor tatha uchakotir

ମୁରଲୀଧର ବେହେରା

01-05-2026 / 19:55:46

ଅନେକ ଅନେକ ଶୁଭେଚ୍ଛା

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion