ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ମଇ:୨୦୨୬ , ତୃତୀୟ ବର୍ଷ : ପଞ୍ଚମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ବିଲାତି ଆଳୁ

ଲେଖା : ଗୀତାଞ୍ଜଳି ସ୍ୱାଇଁ

ମୋ ନାଁ ଟି ବିଲାତି ଆଳୁ
ଜନମ ବିଲାତରେ,
ଗୋଲ ଗାଲିଆ ରୁପଟି ମୋର
ସାରା ପରିବା ଜାକରେ।
ପିଲାଟି ଯେବେ ଶିଖେ ଖାଇବା
ଆଳୁ ପହିଲେ ଖାଏ।
ପଖାଳ ସଙ୍ଗେ ସିଝିବା ଆଳୁ
କିଏ ପୋଡିକି ଖାଏ।
ଯେତେ ଭଳିରେ ତର୍କାରୀ କଲେ
ଆଳୁ ତହିଁରେ ପଡ଼େ,
ଆଳୁ ବିନାକି ସୁଆଦ ହବ
ଯେତେ ଯାହା ପଡିଲେ।
ଆଳୁ ପନିର, ଆଳୁ ମଟର,
ଆଳୁ ଦମ, କଷା,
ଭଲ ଲାଗଇ କରି ପାରିଲେ
ଆଳୁ ପୋଟଳ ରସା।
ମାଉଁସ ଝୋଳ ସାଥୀରେ ଆଳୁ
ମାଛରେ ପଡିଥାଏ।
ସିଙ୍ଗଡ଼ା ପେଟେ, ଆଳୁ ଚପରେ
ପେଟ ଭିତରେ ଥାଏ।
ଭଲ ନାଁ ରେ ଡାକନ୍ତି ମୋତେ
ରୂପ ମୋ ବଦଳାଇ,
ଫ୍ରେଞ୍ଚ ଫ୍ରାଏ, ଆଳୁ ଚିପସ,
ଶୁଖିଲା କରି ଦେଇ।
ପରିବା ଯଦି ନଥିବ ଘରେ
ଥିବି ଡାଲା ରେ ଏକା,
ଯଥେଷ୍ଟ ମୁହିଁ ରୋଷେଇ ଶାଳେ
ହୁଅଇ ଛଙ୍କା ପକା।
ଆଳୁ ଭରତା ସୁଆଦ ଲାଗେ
ପିଆଜ ତେଲ ଦେଲେ,
ଲୁଣ ଟିକିଏ ପକାଇ ଦେଇ
ସୁଆଦ ବାର ପିଲେ।
ପ୍ରଥମେ ସିନା ଜନମ ହେଲି
ବିଲାତ ଦେଶ ଠାରେ,
ଆଜିକାଲି ମୁଁ ପରିଚିତ
ସବୁରି ଘରେ ଘରେ।
ବାହା ପୁଆଣୀ ଆସିଲେ ସର୍ବେ
ଖୋଜନ୍ତି ମୋତେ ଆଗ,
ଯୋଉ ତିଅଣେ ମିଶିବି ନାହିଁ
ଲାଗିବ ନାହିଁ ବାଗ।
ବାଳକ ଠାରୁ ବୟସ୍କ ଯାଏ
ସବୁରି ମୁହିଁ ପ୍ରିୟ,
ମହତ ଗୁଣ ରଖିଲେ ସିନା
ରଖିବ ପରିଚୟ।


କାନନବିହାର ଫେଜ ୨ପଟିଆ, ଭୁବନେଶ୍ୱର -୨୪

ଲେଖା ସମ୍ପର୍କୀୟ ମତାମତ

Haripriya Pattnaik

29-05-2026 / 15:39:36

ଭାରୀ ସୁଆଦିଆ ଆଳୁ - ଭଲଲାଗିଲା।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion