ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ସେପ୍ଟେମ୍ବର:୨୦୨୬ , ତୃତୀୟ ବର୍ଷ-ନବମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ନିଆରା ମଣିଷ

ଲେଖା : ବୃନ୍ଦାବନ କୁମ୍ଭାର

ପରର ସେବାରେ ଯେ ସୁଖ ପାଏ
ପରର ଦୁଃଖ ରେ ଦୁଃଖୀ
ନିଜେ ପଛେ ସେଯେଦୁଖଟି ପାଏ
ଦୁଃଖୀ କୁ ନପାରେ ଦେଖି।
ଦୀନ ଦରିଦ୍ରର ସେବାରେ ରହେ
ସେମାନଙ୍କୁ ଅନ୍ନ ଦେଇ
ଛନ୍ଦ କପଟ ଜାଣେନା ଜମାସେ
ଏକତା ଗୀତ କୁ ଗାଇ।
ମହୁମାଛି ପରି ମଙ୍ଗଳ କରେ
ନକରି କାହାକୁ ଭୟ
ଜୀବନ ତା,ର ଗାୟନ କର ଇ
ଜୟହେ ମାନବ ଜୟ।
ଜୀବଥିବା ଯାଏ ସେବାସେକରେ
ଈଶ୍ୱରେ ରଖି ସେ ଳୟ
ଦମ୍ବ ସାହସ ଭରିସେ ଦେହେ ତା
କାହାକୁ ନ କରି ଭୟ।
ବଡ଼ ଲୋକଙ୍କୁ ଈଶ୍ଵର ମଣ ଇ
ନରନାରାୟଣ ଜୟ
ଜୀବନ ବତୀ ଜଳୁ ଥିବା ଯାଏ
ନପାଇ ଜୀବନେ ଥୟ।

ଟିଟିଲାଗଡ଼,ବଲାଙ୍ଗୀର

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion