ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ମଇ:୨୦୨୬ , ତୃତୀୟ ବର୍ଷ : ପଞ୍ଚମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଏଇ ଉତ୍କଳ ମାଟି

ଲେଖା : ଶରତ କୁମାରୀ ସ୍ଵାଇଁ

ନଦୀ,ଵନ ଘେରା ସବୁଜିମା ଭରା
ଏଇ ଉତ୍କଳ ମାଟି
ଫୁଲର ଫଗୁଣ କୋକିଳ କଣ୍ଠରେ
ସ୍ଵାଗତ ଜଣାଏ ଏଠି।
ବିଶ୍ଵ ବିଖ୍ୟାତ ପ୍ରଭୁ ଜଗନ୍ନାଥ
ବଡ଼ ଦାଣ୍ଡେ ରଥଜାତ
ସାଗର ହିଲ୍ଲୋଳେ ଫରଫର ଉଡେ
ପତିତପାବନ ନେତା।
ସୂର୍ଯ୍ୟ ମନ୍ଦିର ସୂକ୍ଷ୍ମ କଳାରେ
ବାରଶ ବଢ଼େଇ ଉଭା
ମୁଗ୍ଧ କରିଛି ଦେଶବିଦେଶ କୁ
ଵିଶ୍ଵେ ନୟନ ଲୋଭା।
ଭଗ୍ନ ଵାରଵାଟି ଵରଣେଇ, ଖୋର୍ଦ୍ଧା
କୁହନ୍ତି ଅତୀତ କଥା
ପାଇକ ଵୀରଙ୍କ ରକତେ ରଞ୍ଜିତ
ଏଇ ମାଟି ମାଆ ଵ୍ଯଥା।
ଗୁମୁରି ଉଠୁଛି କଳିଙ୍ଗ ଯୁଦ୍ଧ ର
କରୁଣ ବିଳାପ ସ୍ବର
ଦୟାନଦୀ ତୀରେ ଧଉଳି ଶିଖରୁ
ଝରାଇ ଶାନ୍ତିର ଝର।
ଜାତିଟେକ ରଖିଧରମାଦେଲାତା
କଅଁଳ ଜୀବନ ଵଳୀ
ଦେଶପାଇଁ ଛାତି ପତାଇ ବାଜିଆ
ଖାଇଛି ବିଦେଶୀ ଗୁଳି।
ପଠାଣି ସାମନ୍ତ ସିଦ୍ଧାନ୍ତ ଦର୍ପଣ
ସଭିଙ୍କୁ ଚକିତ କଲା
ପଟ୍ଟଚିତ୍ର ପୁଣି ଝୋଟି ମୁରୁଜ ରେ
ଓଡ଼ିଆଣୀ ନାମ ଥିଲା।
ଓଡିଶାର ଯେତେ ପର୍ଵ ଓ ପର୍ବାଣୀ
ପାଳୁଛି ଓଡ଼ିଆ ଆଜି
ରଜ,ଦୋଳ,ଅଗି ପଣା ସଙ୍କରାନ୍ତି
ପଞ୍ଚୁକ, ପାର୍ବଣ ଭୋଜି।
ଧର୍ମ, ଐତିହ୍ୟରେ ଭାଷାସଂସ୍କୃତି ରେ
ଏକତା ମନ୍ତ୍ର ଗୀତି
ଧରଣୀ ଗଗନ ପଦପ, ପବନ
ପୂଜା ଏଠି ପାଉଥାନ୍ତି।
ସୁମଧୁର ଆମ ମାତୃଭାଷା ର
ସାହିତ୍ୟ ଦୀପ୍ତିମୟ
ଶାସ୍ତ୍ରୀୟ ଭାଷାର ସ୍ଵିକୃତି ପାଇସେ
ଦେଇଛି ତା ପରିଚୟ।
ମାଟି ନୁହେଁ ଏତ ମାଆଟି ଆମର
ଜନନୀ ଜନମ ଭୂଇଁ
ସେବାରେ ତାହାର ଏଜୀଵନ ଯାଉ
ଚରଣେ ତା ମଥା ନୋଇଁ

୫୫୪/୧୯୬୫, ଶ୍ରୀ ବିହାର
ପୋ- ପଟିଆ, ଭୁବନେଶ୍ଵର-୩୧
ଫୋନ୍ -୯୯୩୭୫୯୨୭୩୯

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion