ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ମଇ:୨୦୨୬ , ତୃତୀୟ ବର୍ଷ : ପଞ୍ଚମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଏଇ ଜୀବନର ଧରା

ଲେଖା : ହଂସନାଥ ମୁଦୁଲି

ଏଇ ଆସିଲାଣି ଖରା
ତାତି ତ ଗଲାଣି ଧରା
ବରଷାର ଜଳ ଶୀତର କାକର
ମନରୁ ଗଲାଣି ପରା। (0)

ଶୁଖି ତ ଗଲାଣି ମାଟି
ଭୂଇଁ ତ ଗଲାଣି ଫାଟି
ମୁଣ୍ଡେ ହାତ ଦେଇ ଚାଷୀ ବସିଲାଣି
କିପରି ରହିବ ଧରା !
ଏଇ ଆସିଲାଣି ଖରା। (1)

ଆକାଶରୁ ନିଆଁ ଖସେ
ଅଂଶୁଘାତ ଭୟ ଆସେ
ବାହାରକୁ ଗଲେ ବିପଦ ଆସିବ
ଆତୁର ଜଗତ ସାରା
ଏଇ ଆସିଲାଣି ଖରା। (2)

ଭାବିଲେ ହେବନି କିଛି
କରିବାକୁ ଯାହା ଅଛି
ମିଳିମିଶି ଆଜି ସେତିକି କରିଲେ
ହସିବ ଦୁନିଆ ପରା
ଏଇ ଆସିଲାଣି ଖରା। (3)

ପ୍ରକୃତି ନିୟମ ଯାହା
ମାନିବାକୁ ହେବ ତାହା
ସେଥିରେ ଆଘାତ ଆମେ ଯେବେଦେବା
କାନ୍ଦିବା ଜୀବନ ସାରା
ଏଇ ଆସିଲାଣି ଖରା। (4)

ଚାରାଟିଏ ଆଜି ପୋତି
କମାଇ ପାରିବା ତାତି
ପ୍ରକୃତି ହସିଲେ ଦୁନିଆ ହସିବ
ଏହା ଜୀବନର ଧାରା। (5)


ଖଣ୍ଡଗିରି (ଡୁମଡୁମା-କ) ଭୁବନେଶ୍ବର- 751030
ମୋ – 9777968719

ଲେଖା ସମ୍ପର୍କୀୟ ମତାମତ

Haripriya Pattnaik

29-05-2026 / 15:34:19

ଶିଶୁ ମନଲାଖି ସୁନ୍ଦର ଗୀତି କବିତା।

କୁଞ୍ଜବିହାରୀ ସାହୁ

01-05-2026 / 09:56:25

ଗୀତିକବିତାରେ ଖରାକାଳକୁ ସୁନ୍ଦର ଭାବରେ ଲେଖାଯାଇଛି । ବଧେଇ କବିଙ୍କୁ ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion