ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ମଇ:୨୦୨୬ , ତୃତୀୟ ବର୍ଷ : ପଞ୍ଚମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ରଙ୍ଗ ପରବ

ଲେଖା : ଲକ୍ଷ୍ମୀଧର ନାୟକ

ରଙ୍ଗ ପରବ ଆସିଛି ହୋଲି ରଙ୍ଗର ପସରା ଧରି,
ଆସରେ ପିଲେ ଖେଳିବା ଆସ ସାଙ୍ଗ ସାଥି ହୋଇ କରି ।

ପିଚିକାରୀ ମୁଁ ଆଣିଚି କେତେ ଛୋଟ ବଡ ଭଳି ଭଳି,
ନାଲି, ସବୁଜ, ହଳଦୀ,ନୀଳ ଫଗୁ ନିଅ ଛାଡ କଳି ।

ରାସାୟନିକ ରଙ୍ଗ ନେଇକି ଖେଳିବା ନାହିଁରେ ଆମେ,
ଦେହ ଖରାପ ହେବନି ଜମା ସୁସ୍ଥ ରହିବ ତୁମେ ।

ମିଠା ଆଣିଚି ଦେଖିବ ଆସ ଖାଇବା ସଭିଏଁ ମିଶି,
ମିଠା ଖାଇକି ରଙ୍ଗ ବୋଳିକି ଖେଳିବା ଆନନ୍ଦେ ହସି ।

ନାଚ କରିବା ଏଇଠି ସବୁ ବଜାଇ ଭାଙ୍ଗଡା ବାଜା,
ଅଭିନନ୍ଦନ ଜଣାଇ ଆମେ କରିବା ବହୁତ ମଜା ।

ଆମ ସଂସ୍କୃତି ପରମ୍ପରା ତ ଦୁନିଆଁରେ ଶ୍ରେଷ୍ଠ ଅଟେ,
ସେଇଥିପାଇଁ ଆମରି ଦିନ ହସ ଖୁସି କରି କଟେ ।


ବାଉଁଶିଆପଡା, ନୟାଗଡ଼
୮୨୭୦୩୭୨୪୯୮

ଲେଖା ସମ୍ପର୍କୀୟ ମତାମତ

Kunja Bihari Sahu

01-05-2026 / 09:43:20

କବିତାଟି ଭଲ ହେଇଛି, କିନ୍ତୁ ଦୋଳ ମାସରେ ପ୍ରକାଶିତ ହୋଇଥିଲା ବିଶେଷ ସୁଆଦିଆ ଲାଗିଥାନ୍ତା ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion