ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ମଇ:୨୦୨୬ , ତୃତୀୟ ବର୍ଷ : ପଞ୍ଚମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଆସପାଠ ପଢିବା

ଲେଖା : ସସ୍ମିତା ସ୍ଵାଇଁ

ସୁରୁଜଦେବତା ପୂରୁବ ଦିଗରେ ଉଇଁଲା ।
କାଉଡାକି ଡାକି ହାଲିଆ ହୋଇକି
ରହିଲା
ଜେଜେ ଜେଜେମା ଡାକିଲେଣି ବୋଉ
କହିଲା
କୁନା କୁନିଙ୍କର ଶେଯରୁ ଉଠିବା
ନୋହିଲା
ପୋଷା ବିରାଡିଟା ଭୋକରେ କଲାଣି
ଗହଳ
କୁନା କୁନି ତୁମେ ଉଠି ଯାଅ ବାବା ସହଳ

ପୋଷା କୁକୁରଟା ଏପାଖ ସେପାଖ
ହଉଛି
ପିଲା ଦୁଇଟାଙ୍କୁ ମନେ ମନେ ଭାରି
ଖୋଜୁଛି

ଉଠ କୁନା କୁନି ପାଠ ପଢା ବେଳ
ହେଲାଣି
ରାତି ପାହିଲାଣି ଜହ୍ନ ତାରା ନେଲେ
ମେଲାଣି
ପାଠ ପଢି ତୁମେ ରଖିବ ଘରର ମହତ
ପାଠ ଭଳି ମିତ ଜଗତରେ କିଏ
କହତ।


ଶିଶିଲୋ, ଖୋର୍ଦ୍ଧା

ଲେଖା ସମ୍ପର୍କୀୟ ମତାମତ

Haripriya Pattnaik

28-05-2026 / 11:07:59

ଭଲଲାଗିଲା ଶିଶୁ କବିତାଟି।

ନରେନ୍ଦ୍ର ନାଥ ସାମନ୍ତରାୟ

01-05-2026 / 17:00:26

କବିତାଟି ପିଲାଙ୍କ ମନକୁ ଛୁଇଁ ପାରିବ। ଶିକ୍ଷଣୀୟ ମଧ୍ୟ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion