ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ମଇ:୨୦୨୬ , ତୃତୀୟ ବର୍ଷ : ପଞ୍ଚମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ମାମୁଘର ଲାଗେ ସରଗପୁର

ଲେଖା : ଜୟକୃଷ୍ଣ ସାହୁ

ପରୀକ୍ଷା ସରିଲା ଫଳ ଵାହାରିଲା
ହୋଇଲାଣି ଖରା ଛୁଟି
ମାମୁଙ୍କ ହାତରେ ବାରତା ଦେଇ ମୋ
ଆଈ ପଠେଇଛି ଚିଠି
କହିଛି ସେ କାନେ କାନେ,
"କୁନୁକୁ କହିଵୁ ତୋର କଥା ଭାରି
ଆଈର ପଡ଼ୁଛି ମନେ।
ମାମୁଙ୍କ ସାଥିରେ ଝଅଟ ଆସିଵୁ
କେଵେ ନକରିଵୁ ଡେରି
ତୋ ପାଇଁ କରିଛି ତୋର ମନଲାଖି
ଆଳୁଦମ୍ କ୍ଷୀରି ପୁରି
ଖାଇଲେ ହୋଇଵୁ ଖୁସି,
ଶୁଣେଇ ଦେଵି ମୁଁ ନାନାଵାୟା ଗୀତ
ତୋର ପାଖେ ପାଖେ ଵସି"।
ଅଜା କହିଛନ୍ତି "ତୁ ଵେଗେ ଆସିଲେ
ମେଳଣ ଵୁଲେଇ ନେଵି
ଖାଇଵାକୁ ଦେଇ ଯାତରା ଦେଖେଇ
ମନ ଖୁସି କରିଦେଵି
ଦୋଳିରେ ଝୁଲିଵୁ ଯାଇ,
ଚାହିଁଵୁ ଯଦି ତୁ ଖେଳନା କଣ୍ଢେଇ
କିଣିଦେଵି ତୋର ପାଇଁ"।
ବଡ଼ ମାମୁ ମାଇଁ ଭାରି ଆପଣାର
ଦେଖି କୋଳକରି ନେଵେ
ଯାଉ ଯାଉ ମୋତେ କୋଳରେ ବସେଇ
କ୍ଷୀରସର ଖୁଆଇବେ
ଯାଉଛି ମୁଁ ମାମୁଘର,
ମୋର ମାମୁଘର ସତରେ ମୋ ପାଇଁ
ଅଟଇ ସରଗପୁର।


କପିଳ ପ୍ରସାଦ, ଭୁବନେଶ୍ୱର-2
ମୋ -9937092397.

ଲେଖା ସମ୍ପର୍କୀୟ ମତାମତ

Haripriya Pattnaik

29-05-2026 / 15:32:35

ମନଲାଖି ମାମୁଙ୍କର କବିତା।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion