ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ସେପ୍ଟେମ୍ବର:୨୦୨୬ , ତୃତୀୟ ବର୍ଷ-ନବମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଵହିଟି ମୋର ଜୀବନ ଧନ

ଲେଖା : ପ୍ରଶାନ୍ତ କୁମାର ଦାଶ

ଵହିଟି ମୋର ଜୀବନ ଧନ

ଵହିଟି ମୋର ଜୀବନଧନ
ଵହିଟି ସତେ ସୂରୁଜ ଜହ୍ନ
ଦେଖାଏ ମତେ ଵାଟ
ଵହିରୁ ପଢି ଅସଲ ପାଠ
ହେଵି ମୁଁ ଭଲ ଚାଟ ||

ଵହିରେ ଲେଖା କାହାଣୀ ଗୀତ
ପଢିଲେ ଭରେ ପୁଲକ ଚିତ୍ତ
ଦୁଃଖକୁ ହୁଏ ଭୁଲି
ଭଲ ବହିଟି ପାଇଁ ମୋ ଛାତି
ଗରବେ ଉଠେ ଫୁଲି ||

ଦେଖିକି ଵହି ଭଳିକି ଭଳି
ବାପାଙ୍କ ପାଖେ କରେ ମୁଁ ଅଳି
ତାଙ୍କଠୁ ଟଙ୍କା ନେଇ
କିଣି ଆଣଇ ସୁନ୍ଦର୍ ବହି
ତାହାର ମୂଲ୍ୟ ଦେଇ ||

ପଢାଘରେ ମୁଁ ପଢଇ ବସି
ବହିତ ପଢେ ମୁରୁକି ହସି
ଜୁଟନ୍ତି ସାଙ୍ଗ ସାଥୀ
ମଜା ମଉଜେ ପଢା କାମରେ
ଆମେ ତ ଯାଉ ମାତି ||

ବହିତ ପୋଛେ ଆଖିର ଲୁହ
ଵହିଟି ପରି କିଏସେ କୁହ
ଦେଵ ଅସଲ ଧନ
ହେଵିତ ଦିନେ ସୁନା ପିଲା ମୁଁ
ରଖି ପଢାରେ ମନ ||

ସାଇତି ରଖି ଵହିକୁ ମୋର
ତାସାଥେ ଵାନ୍ଧି ସମ୍ପର୍କ ଡୋର
ରଖିବି ଟେକ ଯଶ
ବହିତ ମଣି ମାଣିକ ମୋତି
ଦେବ ମୋ ଓଠେ ହସ ||


କୁଞ୍ଜର -ସଙ୍ଗଳାଇ
ପିପିଲି -ପୁରୀ
ମୋବାଇଲ -୯୬୬୮୮୨୨୧୯୦

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion