ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଅଗଷ୍ଟ:୨୦୨୬ , ତୃତୀୟ ବର୍ଷ : ଅଷ୍ଟମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଗଛ ଲଗାଇବା ଆସରେ

ଲେଖା : କନ୍ଦର୍ପ ବେହେରା

ଆସରେ ପିଲେ ଆସରେ
କୁନିକୁନି ହାତେ ଆସରେ
ଗଛ ଲଗାଇବା ଆମେରେ l

ଯୁଇ, ଜାଇ, ମଲ୍ଲୀ ଫୁଲରେ
ଚାରିଆଡେ ଫୁଟି ବାସେରେ
ମହକିବ ଚାରି ଆଡ଼େରେ ll

ନାନା ଜାତି ପକ୍ଷୀ ଅଛରେ
ଗଛ ଡାଳେ ସବୁ ରାବରେ
କେଡେ ସୁନ୍ଦର ଭାବରେ ll

ଗଛ ଆମ ପ୍ରାଣ ରଖେରେ
ଫୁଲ ଫଳ ଛାଇ ଦେଇରେ
ତାପରି କେହି ନାହିଁରେ ll

ଆସ ପିଲାଏ ଆସରେ
ସମତଳ କରି ମାଟିରେ
ଗଛ ଲଗାଇବା ଆମେରେ ll
କବି କୁଟିର

ଡ଼ଇଁଚା, ରେଢ଼ାଖୋଲ, ସମ୍ବଲପୁର
ମୋ 7077579317

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion