ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଅଗଷ୍ଟ:୨୦୨୬ , ତୃତୀୟ ବର୍ଷ : ଅଷ୍ଟମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଖୋଜୁଥିଲେ ତାକୁ ଅଜା

ଲେଖା : ସସ୍ମିତା ସ୍ୱାଇଁ

ସବୁ ଋତୁ ଲାଗେ ଗିରିଷମ ପରି
ଆଉ ସବୁ ଗଲେ କାହିଁ
ମନ ଦୁଃଖେ ବସି ଭାବୁଛି କୋଇଲି
ଦିନ କାଳ ଭଲ ନାହିଁ l

କଳାବୋଲି ତାର ମନଦୁଃଖ ହୁଏ
ଖୁସି ମିଳେ କଣ୍ଠସୁରେ
କେତେ ମିଠାମିଠା କୁହୁ ତାନ ତାର
ତା `ସୁରକୁ ମନ ଝୁରେ ।

ମଳୟ ପବନ ମହକ ନାହିଁତ
କିଏ ନେଲା ତାଙ୍କୁ ହରି
ଥୁଣ୍ଟା ଖୁଣ୍ଟା ଗଛ ନିଆଁ ପରି ଖରା
ଦେଖି ରହିଥାଏ ଡରି l

କୋଇଲି ଖୋଜୁଛି ଆମ୍ବଗଛ ଡାଳ
ବସନ୍ତପବନ ମଜା
ବହଳ ପତର ଗହଳିଆ ଗଛେ
ଖୋଜୁଥିଲେ ତାକୁ ଅଜା l


ଶିଶିଲୋ ବାଳକାଟୀ ଖୋର୍ଦ୍ଧା
୯୮୬୧୦୬ ୯୮୨୯

ଲେଖା ସମ୍ପର୍କୀୟ ମତାମତ

Haripriya Pattnaik

01-08-2026 / 22:40:34

ସୁନ୍ଦର କବିତାଟିଏ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion