ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଅଗଷ୍ଟ:୨୦୨୬ , ତୃତୀୟ ବର୍ଷ : ଅଷ୍ଟମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ବନ୍ଦିବା ଭାରତମାତା

ଲେଖା : ଡ. ବିଜୟା ପାତ୍ର (ସ୍ବାଇଁ)

ଆସିଛି ରେ ଏବେ ଅଗଷ୍ଟ ପନ୍ଦର
ସ୍ବାଧୀନତା ବାର୍ତ୍ତା ନେଇ
ଆସ ଆସ ସର୍ବେ ମିଳି ଏକ ଠାବେ
ବିଜୟ ଗୀତିକା ଗାଇ
ଆମେ ବନ୍ଦିବା ଭାରତମାତା,
ବୁକୁରେ ତାର ଯେ ସାଇତି ରଖିଛି
ଅଶୀ ବରଷର କଥା।

ଭାରତ ମାତା ସେ ଜନନୀ ଆମର
ଆମ ଶ୍ରେଷ୍ଠ ଗଉରବ
ସାରା ଜଗତର ଦେଶ ମଧ୍ଯେ ସାର
ବିଶ୍ବେ ବାଣ୍ଟି ସଉରଭ
ନିତି ଏ ସନ୍ଦେଶ ପ୍ରଚାରଇ,
ଦେଶ ହିତ ଠାରୁ ବଡ କାମ ଆଉ
ଦୁନିଆ ରେ କିଛି ନାହିଁ।

ବହୁ ସଂଘର୍ଷ ର ପରେ ହିଁ ମିଳିଛି
ଆମକୁ ଏ ସ୍ବାଧୀନତା
ବିଦେଶୀ ଶାସନ ହାତରୁ ମୁକତି
ପାଇଛି ଭାରତ ମାତା
ତାର ତୁଳନା ନାହିଁ କାହିଁ ରେ,
ପ୍ରାଣ ଯାଉ ପଛେ ତାହାର ସୁରକ୍ଷା
ଅତୁଟ ରହୁ ମହୀ ରେ।


ଭୁବନେଶ୍ୱର-୨

ଲେଖା ସମ୍ପର୍କୀୟ ମତାମତ

Haripriya Pattnaik

01-08-2026 / 22:38:50

ଦେଶଭକ୍ତିର କବିତାଟି ଭଲହେଇଛି।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion