ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଅଗଷ୍ଟ:୨୦୨୬ , ତୃତୀୟ ବର୍ଷ : ଅଷ୍ଟମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ରଖିବା ଦେଶର ଟେକ

ଲେଖା : ଡଃ ସ୍ଵର୍ଣ୍ଣଲତା ତ୍ରିପାଠୀ

ଜାଗରେ ଜାଗରେ ଶିଶୁ ଦୁନିଆଁ,
ଆମରି ଦେଶର ରଖିବା ନାଆଁ ।
ଉଣେଇଶ ସହ ସତଚାଳିଶି,
ଅଗଷ୍ଟ ପନ୍ଦର ଶୁଭ ଦିନଟି ।

ଏହି ଦିନ ଦେଶ ହେଲା ସ୍ଵାଧୀନ,
ତ୍ରିରଙ୍ଗା ପତାକା ଉଡେ ସେ ଦିନ।
ନାରଙ୍ଗୀ,ଧଳା ଓ ବର୍ଣ୍ଣ ସବୁଜ,
ବୀରତ୍ଵ,ଶାନ୍ତି,ସମୃଦ୍ଧି ପ୍ରତୀକ ।

ଗାନ୍ଧୀ,ଗୋପବନ୍ଧୁ ତ୍ୟାଗ ଅନେକ
ଆମରି ଦେଶର ରଖିଲେ ଟେକ
ପିଲାବେଳୁ ତାଙ୍କ ଆଦର୍ଶ ପାଇ,
କର୍ତ୍ତବ୍ୟ କରିବା ଶ୍ରମକୁ ଦେଇ ।

ସ୍ୱାଧୀନତା ପାଇଁ ସଦା ସୁରକ୍ଷା,
ଆଗାମୀର ଆମେ ଶିଶୁ କଳିକା।
ଆମରି ନୌକାର ଆମେ ନାବିକ,
ଉନ୍ନତି ପଥର ହେବା ପଥିକ ।

ଆଜିଠାରୁ ଆମେ ନେବା ଶପଥ,
ଆମରି ଦେଶର ରଖିବା ଟେକ ।

ଅବସର ପ୍ରାପ୍ତ ମଣ୍ଡଳ ସହ—ଶିକ୍ଷାଧିକାରୀ,
ପୁରୀ ସଦର ବ୍ଲକ୍,
ପୁରୀ, କୋଣାର୍କ

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion