ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଅଗଷ୍ଟ:୨୦୨୬ , ତୃତୀୟ ବର୍ଷ : ଅଷ୍ଟମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ସଂଖ୍ୟା ଗୀତ

ଲେଖା : ପଣ୍ଡିତ ମଧୁସୂଦନ ମିଶ୍ର

ଆସ ସଭିଏଁ ଏକାଠି ହୋଇ
ଗାଇବା ସଂଖ୍ୟା ଗୀତ ।
କଳି ଝଗଡ଼ା କରିବା ନାହିଁ
ବସିବା ଆମେ ମିତ ।।
ଶୂନ ପରେଟି ପ୍ରଥମ ସଂଖ୍ୟା
ଅଟଇ ଜାଣ ଏକ ।
ମାଆ ମାଟିକୁ ଭୁଲିବା ନାହିଁ
ରଖିବା ତାଙ୍କ ଟେକ ।।
ଏକ ପରେ ତ ଅଟଇ ଦୁଇ
ତାପରେ ଅଟେ ତିନି ।
ଅଳପ ଲୁଣ ଦେହକୁ ହିତ
ଧଳା ଜହର ଚିନି ।।
ତିନି ପରେତ ଅଟଇ ଚାରି
ତାପରେ ଆସେ ପାଞ୍ଚ ।
ଭଲ ମଣିଷ ମିଛ କହେନା
ନିଏନା ଜମା ଲାଞ୍ଚ ।।
ପାଞ୍ଚ ପରେତ ଆସଇ ଛଅ
ତାପରେ ଆସେ ସାତ ।
ଫୁଲ ପରିକା ବାସିବା ଆମେ
ଯେମିତି ପାରିଜାତ ।।
ସାତ ପରେତ ଆଠ ଆସଇ
ତାପରେ ଆସେ ନଅ ।
ନଅ ପରେତ ଆସଇ ଦଶ
ସଂଖ୍ୟାର ଗୀତ ଗାଅ ।।

କେନ୍ଦୁଝର

ଲେଖା ସମ୍ପର୍କୀୟ ମତାମତ

Haripriya Pattnaik

01-08-2026 / 22:32:54

ଭଲହେଇଛି ସଙ୍ଖ୍ୟାର କବିତାଟି।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion