^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ଦାଶ ବେନହୁର

ଜନ୍ମ ତାରିଖ ୦୩/୦୮/୧୯୫୩

ଠିକଣା : ଭୁବନେଶ୍ବର

ଫୋନ ନମ୍ବର : x

ଓଡ଼ିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀର ମାନନୀୟ ସଭାପତି, ଓଡିଆ ଶିଶୁ ସାହିତ୍ୟ ଜଗତର ଆଧୁନିକ ଯୁଗର ସ୍ରଷ୍ଟା, ଜଣାଶୁଣା ସାହିତ୍ୟିକ, ସ୍ତମ୍ଭକାର, ପ୍ରଗଳଭ ବକ୍ତା ସମ୍ମାନନୀୟ ଦାଶ ବେନହୁର ୧୯୫୩ ମସିହା ଅଗଷ୍ଟ ମାସ ୩ତାରିଖରେ ନୟାଗଡ ଜିଲ୍ଲା ଖଣ୍ଡପଡା ଗଡରେ ଜନ୍ମଗ୍ରହଣ କରିଥିଲେ । ପିତା ସ୍ୱର୍ଗତ ରାଧାମୋହନ ଦାଶ ଏବଂ ମାତା ଲକ୍ଷ୍ମୀଦେବୀଙ୍କ କୋଳମଣ୍ଡନ କରିଥିବା ଶ୍ରୀ ଦାଶ ବେହନୁର ପିଲାଟି ଦିନରୁ ନିଜର ପ୍ରଚଣ୍ଡ ପ୍ରତିଭାର ପରିଚୟ ଦେଇଥିଲେ। ନିଜର ସାରସ୍ୱତ ସାଧନାରେ ମନନିବେଶ କରି ଓଡିଆ ଭାଷା ସାହିତ୍ୟ କ୍ଷେତ୍ରରେ ସୁନାମ ଅର୍ଜନ କରି ସେ ଶତାଧିକ ପୁସ୍ତକ ରଚନା କରି ପାରିଛନ୍ତି। ସାଧନାର ସ୍ବୀକୃତି ସ୍ୱରୂପ ଲାଭ କରିଛନ୍ତି ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ତଥା କେନ୍ଦ୍ର ସାହିତ୍ୟ ଏକାଡେମୀ ବାଲ ପୁରସ୍କାର। ଏତଦବ୍ୟତୀତ ବିଜ୍ଞାନ ଏକାଡେମୀ, ଏନ ସି ଇ ଆର ଟି ପୁରସ୍କାର ଲାଭକରି ଓଡିଆ ଶିଶୁ ସାହିତ୍ୟକୁ ଋଦ୍ଧିମନ୍ତ କରିଛନ୍ତି। ଆଜି ୭୩ ତମ ଜୟନ୍ତୀ ଉତ୍ସବରେ ଆମେ ତାଙ୍କର ଦୀର୍ଘ ଜୀବନ କାମନା କରି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛୁ।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

ତପନ କୁମାର ସ୍ବାଇଁ

04-08-2026 / 06:54:58

ଜନ୍ମ ଦିନରେ ଶୁଭ ଅଭିନନ୍ଦନ ଜଣାଉଛି

ବୃନ୍ଦାବନ କୁମ୍ଭାର

01-08-2025 / 15:20:12

ଚଲାପଥ କୁସୁମିତ ହେଉ ,ଅଲେଖ ମହିମା ଦୀର୍ଘାୟୁ କରନ୍ତୁ

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion